୩ହଜାର ୯୨୨ ନୂଆ କରୋନା ପଜିଟିଭ ଚିହ୍ନଟ ; ଖୋର୍ଦ୍ଧାରୁ ୮୧୮

ଭୁବନେଶ୍ୱର :ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲାରୁ ୩ହଜାର ୯୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୩୦୯ ସଙ୍ଗରୋଧ କେନ୍ଦ୍ରରୁ ଓ ୧ ହଜାର ୬୧୩ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।
ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୦୯, ୩୭୪ ରେ ପହଞ୍ଚିଛି। ୧,୭୦,୧୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୮,୩୩୧ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୧୮ । ଅନୁଗୁଳରୁ ୨୦୦, ବାଲେଶ୍ୱର ୭୨, ବରଗଡ଼ ୧୫୪, ଭଦ୍ରକ ୫୧, ବଲାଙ୍ଗୀର ୮୫, ବୌଦ୍ଧ ୪୮, କଟକ ୩୮୦, ଦେଓଗଡ଼ ୮, ଢେଙ୍କାନାଳ ୭୬, ଗଜପତି ୨୨, ଗଞ୍ଜାମ ୩୯, ଜଗତସିଂହପୁର ୧୨୩, ଯାଜପୁର ୧୦୩, ଝାରସୁଗୁଡ଼ା ୧୦୯, କଳାହାଣ୍ଡି ୭୩, କନ୍ଧମାଳ ୬୨, କେନ୍ଦ୍ରାପଡ଼ା ୧୦୭, କେନ୍ଦୁଝର ୨୧୨, କୋରାପୁଟ ୬୯, ମାଲକାନଗିରି ୬୯, ମୟୁରଭଞ୍ଜ ୧୪୯, ନବରଙ୍ଗପୁର ୪୦, ନୟାଗଡ଼ ୪୮, ନୂଆପଡ଼ା ୧୧୪, ପୁରୀ ୧୮୪, ରାୟଗଡ଼ା ୪୮, ସମ୍ବଲପୁର ୧୧୭, ସୋନପୁର ୨୫, ସୁନ୍ଦରଗଡ଼ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.