ରେକର୍ଡ଼ ଭାଙ୍ଗୁଛି କରୋନା ; ୨୪ ଘଣ୍ଟାରେ ୯୭,୫୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୧୨୦୧ ମୃତ

ନୂଆଦିଲ୍ଲୀ : ଦେଶରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି। ୨୪ ଘଣ୍ଟାରେ ୯୭,୫୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଦିନକରେ ୧୨୦୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭,୪୭୨ରେ ପହଞ୍ଚିଛି। । ନୂଆ ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାଙ୍କ ସଂଖ୍ୟା ୪୬ ଲକ୍ଷ ୫୯ ହଜାର ୯୮୫କୁ ବୃଦ୍ଧି ପାଇଛି। ଏହାସହ ମୋଟ ସକ୍ରିୟ କେସ ୯,୫୮,୩୧୬ ରହିଥିବା ବେଳେ ୩୬,୨୪,୧୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Comments
Loading...