ରାଜ୍ୟରେ ବଢୁଛି କୋଭିଡ ଟେଷ୍ଟିଂ : ୨୪ ଘଣ୍ଟାରେ ୫୦ହଜାର ୪୨୧ ନମୁନା ପରୀକ୍ଷା

ଭୁବନେଶ୍ବର : ରାଜ୍ୟରେ ୨୪ଘଣ୍ଟାରେ ୫୦ହଜାର ୪୨୧ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଗୋଟିଏ ଦିନରେ ହୋଇଥିବା ୫୦ ହଜାର ୪୨୧ ନମୁନା ମଧ୍ୟରୁ ୪୩ ହଜାର ୨୩୨ ଆଣ୍ଟିଜେନ, ୭,୦୮୬ ହଜାର ଆରଟିପିସିଆର ଓ ୧୦୩ ଟ୍ରୁଟନ ଟେଷ୍ଟ ହୋଇଛି।

୨୪ ଘଣ୍ଟାରେ ହୋଇଥିବା ୫୦ ହଜାର ୪୨୧ ନମୁନା ପରୀକ୍ଷଣ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୮ହଜାର ୪୭୯ ନମୁନା ପରୀକ୍ଷା କରାଯାଇଥିବା ବେଳେ କେନ୍ଦୁଝର ଜିଲାରେ ୮,୩୬୩ ଓ କେନ୍ଦ୍ରାପଡାରେ ୭,୭୭୫ ଟେଷ୍ଟ ହୋଇଛି। ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ନମୁନା ପରୀକ୍ଷଣ ସଂଖ୍ୟା ଇତିମଧ୍ୟରେ ୨୦ ଲକ୍ଷ ପାଖାପାଖି ପହଞ୍ଚିଲାଣି।

Comments are closed.