ନୂଆଗଡରେ କରୋନା ପରୀକ୍ଷଣ ଶିବିର

ଆଠଗଡ : ବ୍ରହ୍ମପୁର ସିଏଚସି ପକ୍ଷରୁ କଟକିଆସାହି ପଞ୍ଚାୟତର ନୂଆଗଡର ବଳରାମପୁର ବିଦ୍ୟାପୀଠରେ ଏକ କୋଭିଡ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଉକ୍ତ ଗ୍ରାମରେ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଶିବିର ଆୟୋଜନ କରାଯାଇଥିଲା। ନୂଆଗଡ ଗାଁ କଲ୍ୟାଣ ସମିତି ସହଯୋଗରେ ଓ ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଡାକ୍ତର ସ୍ୱର୍ଣ୍ଣପ୍ରଭା ରାଉତରାୟ ପିଏଚଓ କବିତାରାଣୀ ଦାସ, ସୋନାଲି ପ୍ରିୟଦର୍ଶିନୀ, ପ୍ରବେଶନ ସ୍ୱାଇଁ, ହୃଦାନନ୍ଦ ସାହୁ, ସ୍ୱାସ୍ଥ୍ୟକର୍ମୀ ଅମରେନ୍ଦ୍ର ପ୍ରଧାନ ଓ ପ୍ରଣିତା ବାରିକ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଏହି ଶିବିରରେ ୩୬ଜଣଙ୍କ ଆଣ୍ଟିଜେନ ପରୀକ୍ଷଣରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭ଜଣଙ୍କର ଆରଟିପିସିଆର ପରୀକ୍ଷା ପାଇଁ ସ୍ୱାବ୍‍ ନମୁନା କଟକ ପଠାଯାଇଥିବା ଜଣାପଡ଼ିଛି।

Comments are closed.