କରୋନା ମୁକାବିଲା: ଭୁବନେଶ୍ବରରେ ଚାଲିଛି ୩ ପ୍ରକାର କୋଭିଡ୍‌ ପରୀକ୍ଷା

ଭୁବନେଶ୍ବର: କୋଭିଡ୍‌ ମୁକାବିଲାକୁ ଆହୁରି ତ୍ୱରିତ କରିବା ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସଂପ୍ରତି ୩ ପ୍ରକାର କୋଭିଡ୍‌ ପରୀକ୍ଷା କରାଯାଉଛି । ଗୋଷ୍ଠୀ ସଂକ୍ରମଣର ମାତ୍ରା, ସଂକ୍ରମଣ ଚିହ୍ନଟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସଂପର୍କରେ ଜାଣିବା ପାଇଁ ଆର୍‌ଟି-ପିସିଆର୍‌, ଆଣ୍ଟିଜେନ୍‌ ଏବଂ ଟ୍ରୁନାଟ ପରୀକ୍ଷା କରାଯାଉଛି । କ୍ୟାପିଟାଲ୍‌ ହସ୍‌ପିଟାଲ୍‌, ସମ୍‌ ହସ୍‌ପିଟାଲ୍‌, ଏମସ୍‌, ଆପୋଲୋ, ଆମ୍ରି, ଶ୍ରୀ ହସ୍‌ପିଟାଲ୍‌, ଆଇଏନ୍‌ଡିଏନ୍‌ଏ ଏବଂ ଜେନ୍‌-ଏକ୍ସ ହସ୍‌ପିଟାଲ୍‌ରେ ଏହି ସବୁ ପରୀକ୍ଷା କରାଯାଉଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.