ବାହାର ରାଜ୍ୟରୁ ଗଞ୍ଜାମକୁ ଫେରିଲେ କୋଭିଡ୍‌ ପ‌ରୀକ୍ଷା ଜରୁରୀ

ବ୍ରହ୍ମପୁର: ବାହାର ରାଜ୍ୟରୁ ଗଞ୍ଜାମ ଜିଲାକୁ ଫେରୁଥିବା ବ୍ୟକ୍ତିମାନଙ୍କ ପାଇଁ ନୂତନ ନିର୍ଦେଶନାମା ଜାରି କରିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ । ଶନିବାର ଏ ନେଇ ସେ ଟୁଇଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

ଫେରନ୍ତାମାନେ ନିଜ ଅଞ୍ଚଳର ସ୍ଥାନୀୟ ସରପଞ୍ଚ, ପୌର ନିର୍ବାହୀ ଅଧିକାରୀ କିମ୍ବା ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ଏ ସମ୍ପର୍କରେ ସୂଚନା ଦେବା ଜରୁରୀ । ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ହେବ । ଯଦି କରୋନାର ଲକ୍ଷଣ ରହିଥାଏ, ତେବେ ଆର୍‌ଟିପିସିଆର୍‌ ପରୀକ୍ଷା କରିବାକୁ ହେବ । ତଦନୁଯାୟୀ, ଚିକିତ୍ସା ସେବା କିମ୍ବା ଗୃହ ଏକାନ୍ତବାସରେ ରହିବାକୁ ପରାମର୍ଶ ଦେଇଛନ୍ତି ଜିଲାପାଳ କୁଲାଙ୍ଗେ । ଜିଲାରେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Comments are closed.