ବୌଦ୍ଧମନ୍ଦିର ପରିସରରେ ୨୦ ଜଣ ଲାମା ଗୁରୁଜୀଙ୍କ କୋଭିଡ଼ ପରୀକ୍ଷା

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକରେ ରହିଥିବା ଏସିଆ ମହାଦେଶର ଦ୍ଵିତୀୟ ବୃହତ୍ତମ ବୌଦ୍ଧ ମନ୍ଦିର ପଦ୍ମସମ୍ଭବ ମହାବୀରଙ୍କ ମନ୍ଦିର ପରିସର ମଧ୍ୟରେ ରହୁଥିବା ୨୦ ଜଣ ଲାମା ଗୁରୁଜୀମାନଙ୍କୁ ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦ୍ରଗିରୀ ମେଡିକାଲ ଟିମ ଓ ମୋହନା ମେଡିକାଲ ଟିମଙ୍କ ମିଳିତରେ କୋଭିଡ଼ ଟେଷ୍ଟ କରାଯାଇଥିଲା। ସକାଳ ୧୦ଟାରୁ ଘଣ୍ଟେ ପର୍ୟ୍ୟନ୍ତ କରାଯାଇଥିବା ପରୀକ୍ଷାରେ କେହି ଆକ୍ରାନ୍ତ ନଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ସେହିପରି ଚନ୍ଦ୍ରଗିରୀ ମେଡିକାଲ ପରିସରରେ ୨୦ଜଣଙ୍କୁ ପରୀକ୍ଷା କରାଯାଇଛି ।ସେଥିମଧ୍ୟରୁ ୩ ଜଣ ଆକ୍ରାନ୍ତ ଥିବା ଚନ୍ଦ୍ରଗିରି ମେଡିକାଲ ପକ୍ଷରୁ ସୂଚନା ମିଳିଛି ।

Comments are closed.