ଘରକୁ ଘର ଯାଇ ଚାଲିଛି କୋଭିଡ଼୍‍ ପରୀକ୍ଷା

ଫୁଲବାଣୀ:କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ପୁଣିଥରେ ଘରକୁ ଘର ଯାଇ କୋଭିଡ଼୍‍ ପରୀକ୍ଷା ଆରମ୍ଭ ହୋଇଛି। ଏଭଳି ସ୍ଥଳେ ଆଜି ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ବାଟାଗୁଡ଼ ସ୍ଥିତ ଉପସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳୀ ଦିଗାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫାର୍ମାସିଷ୍ଟ ସୁଶିଲ୍‍ କୁମାର ସାହୁ ଓ ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ଗ୍ରାମରେ କୋଭିଡ଼୍‍ ପରୀକ୍ଷା ଆରମ୍ଭ ହୋଇ ଯାଇଛି। ସମଗ୍ର ପଂଚାୟତରେ ଏହି ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଯେଉଁମାନେ ଜ୍ୱର , କାଶ କିମ୍ବା ଦଣ୍ଡା ଜଣାପଡୁଛନ୍ତି ସେମାନଙ୍କୁ ତୁରନ୍ତ ଡ଼ାକ୍ତରଖାନା ଯାଇ ଡ଼ାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି। ବର୍ତ୍ତମାନ ଜିଲାରେ ଶୀତଋତୁ ଆଗମନ ଯୋଗୁଁ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଆସିଛି।

Comments are closed.