ଦେଶରେ ମାଡିଚାଲିଲା ସଂକ୍ରମଣ; ଦିନକରେ ୨୨,୭୭୫ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋଭିଡର ଦୈନିକ ସଂକ୍ରମଣ ତୀବ୍ର ବେଗରେ ବୃଦ୍ଧିପାଇବା ଆରମ୍ଭ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨,୭୭୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦେଶରେ କୋଭିଡର ତୃତୀୟ ଲହର ଆସିବାନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯେଉଁ ଅନୁମାନ କରୁଥିଲେ, ତାହା ବସ୍ତୁତଃ ବାସ୍ତବ ରୂପ ନେବାକୁ ଯାଉଛି । ଏହି ସମୟ ମଧ୍ୟରେ ୮୯୪୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦିନକ ମଧ୍ୟରେ ୪୦୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସଂପ୍ରତି ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୪,୭୮୧କୁ ବୃଦ୍ଧିପାଇଛି, ଯାହା ଗତ ଅନେକ ଦିନ ଧରି ୧ ଲକ୍ଷରୁ ଯଥେଷ୍ଟ କମ୍‍ ରହୁଥିଲା । ଆରୋଗ୍ୟ ହାର ୯୮.୩୨% ରହିଛି ।

Comments are closed.