ଆରୋଗ୍ୟ ହାର ୭୯.୬୮ ପ୍ରତିଶତ : ମୃତ୍ୟୁସଂଖ୍ୟା ୮୬ ହଜାର ୭୫୨

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୪ ହଜାର ୬୧୨ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ କୋଭିଡ ଆରୋଗ୍ୟ ହାର ଶତକଡ଼ା ୭୯.୬୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥି ସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୪୩ଲକ୍ଷକୁ ଅତିକ୍ରମ କରିଛି। ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବା ସହ ମୋଟ୍‍ ସଂକ୍ରମଣର ଏହା ୧୮.୭୨% ରହିଛି। ବର୍ତ୍ତମାନ ୧୦ ଲକ୍ଷ ୧୦ ହଜାର ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି।
ମନ୍ତ୍ରଣାଳୟ କହିଛି, ନମୁନା ପରୀକ୍ଷା, ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ପଦ୍ଧତି ତ୍ୱରାନ୍ୱିତ ହେବା ସହ ଆରୋଗ୍ୟ ହାର ବୃଦ୍ଧି ପାଇଥିବାବେଳେ ମୃତ୍ୟୁହାର ହ୍ରାସ ପାଉଛି। ଦେଶରେ କୋବିଡ୍‍ ମୃତ୍ୟୁହାର ୧ .୬୧ % ରହିଛି। ଯାହା ବିଶ୍ୱର ହାରାହାରି ମୃତ୍ୟୁହାର ତୁଳନାରେ ଯଥେଷ୍ଟ କମ୍‍। ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୧୩୩ଜଣଙ୍କ ମୃତ୍ୟୁ ହେବା ପରେ କୋଭିଡ୍‍ ଜନିତ ମୃତ୍ୟୁସଂଖ୍ୟା ୮୬ ହଜାର ୭୫୨ରେ ପହଞ୍ଚିଛି।

Comments are closed.