କୋଭିଡ ଆରୋଗ୍ୟ ହାର ୯୭.୨୫ ପ୍ରତିଶତ : ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷରୁ ନିମ୍ନରେ

ନୂଆଦିଲ୍ଲୀ :  ଦେଶରେ କୋଭିଡ ଆରୋଗ୍ୟ ହାର ୯୭.୨୫ ପ୍ରତିଶତ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ମଧ୍ୟରେ ୧୪
ହଜାର ୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୨୬ ହଜାର ୭୦୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୭୪୨ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଫଳରେ ମୋଟ୍‍ ସଂକ୍ରମଣ ୧ କୋଟି ୧୦ଲକ୍ଷ ୩୦ ହଜାର ୧୭୬ ରହିଛି ।ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷ ଭିତରେ ରହିଛି । ବର୍ତ୍ତମାନ ୧ଲକ୍ଷ ୪୬ ହଜାର ୯୦୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।ମୋଟ ଆକ୍ରାନ୍ତଙ୍କ ତୁଳନାରେ ସକ୍ରିୟ ହାର ୧.୩୩ ପ୍ରତିଶତ ରହିଛି।

ସେହିପରି ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୧୦୪ଜଣଙ୍କର ମୃତ୍ୟୁ ଘଟିଛି ।ଏଥିସହିତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୬ ହଜାର ୫୬୭ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ହାର ୧.୪୨ ପ୍ରତିଶତ ରହିଛି ।

Comments are closed.