କୋଭିଡ ଆରୋଗ୍ୟ ହାର ୯୭.୨୭ ପ୍ରତିଶତ : ସକ୍ରିୟ ସଂକ୍ରମଣ ହାର ୧.୩ %

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୭.୨୭ ପ୍ରତିଶତ ରହିଛି। ଗତ ୨୪ଘଣ୍ଟା ଭିତରେ ଆଉ ୧୦ ହଜାର ୩୦୭ ଜଣରୁ ଅଧିକ ଲୋକ ଆରୋଗ୍ୟ ହୋଇଛନ୍ତି। ଫଳରେ ଦେଶରେ ଏପର୍ଯ୍ୟନ୍ତ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୭୮ ହଜାର ୦୪୮ରେ ପହଞ୍ଚିଛି। ଦେଶରେ ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତମାନଙ୍କ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୨୭ ରହିଛି। ଏହା ମୋଟ ସଂକ୍ରମଣର  ୧.୩ ପ୍ରତିଶତ ରହିଛି। ଗତ ୨୪ଘଣ୍ଟା ଭିତରେ ୧୩ ହଜାର ୯୯୩ ଜଣ ସଂକ୍ରମିତ ଚିହ୍ନଟ ହେବା ସହ ଦେଶରେ ମୋଟ୍‍ ସଂକ୍ରମଣ ୧ କୋଟି ୯ଲକ୍ଷ ୭୭ ହଜାର ୩୮୭ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ମଧ୍ୟରେ ୧୦୧ ଜଣ କରୋନ ଆକ୍ରାନ୍ତଙ୍କ ମୃତ୍ୟ ଘଟିବାରୁ ଦେଶରେ କୋଭିଡ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୬ ହଜାର ୨୧୨ ରହିଛି। ଦେଶରେ କରୋନା ମୃତ୍ୟୁ ହାର ୧.୪୨ ପ୍ରତିଶତ ରହିଛି।

Comments are closed.