୧୩ ହଜାର ୭୮୮ନୂଆ ଆକ୍ରାନ୍ତ ଚିହ୍ନଟ : ସକ୍ରିୟ ଆକ୍ରାନ୍ତ ହାର ୧.୯୭ ପ୍ରତିଶତ

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୧୩ ହଜାର ୭୮୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୭୧ ହଜାର ୭୭୩କୁ ବୃଦ୍ଧି ପାଇଛି । ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮ ହଜାର ୧୨ରହିଛି। ସକ୍ରିୟ ଆକ୍ରାନ୍ତ ହାର ୧.୯୭ ପ୍ରତିଶତକୁ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪ ହଜାର ୪୫୭ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୧୧ ହଜାର ୩୪୨କୁ ବୃଦ୍ଧି ପାଇଛି। ଦେଶରେ କରୋନା ଆରୋଗ୍ୟ ହାର ୯୬.୫୯ ପ୍ରତିଶତକୁ ବୃଦ୍ଧି ପାଇଛି।
ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୧୪୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ମୋଟ କୋରୋନା ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୪୧୯ରେ ପହଞ୍ଚିଛି। ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୪୪ ପ୍ରତିଶତ ରହିଛି।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Comments are closed.