କଟକଣା ସତ୍ୱେ ଚାଲିଛି ପୂଜା ପାଇଁ କଳସ ବୁଡା

ଗୁରୁଡିଝାଟିଆ: କରୋନା ସ୍ଥି୍ତି ଗ୍ରାମାଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି। ଗୁରୁଡିଝାଟିଆ ଅଞ୍ଚଳରେ କେତେକ ନିର୍ଦ୍ଦିଷ୍ଟ ଗ୍ରାମରେ କରୋନା ଗ୍ରାଫ୍ ବେଶ ଉଚ୍ଚରେ ରହିଛି। ବାଳି, ଛଅଗାଁ, କୁମାରପୁର, ଗୋବରା, ଶଶାଙ୍ଗ, କପୁରସିଂ, ବ୍ରାହ୍ମଣବସ୍ତ, ଅନନ୍ତପୁର ଆଦି ଗାଁମାନଙ୍କରେ କରୋନା ସ୍ଥିତି ବେଶ ଉଚ୍ଚରେ। ଏହା ସତ୍ୱେ ଧାର୍ମିକ ଭାବନା ନେଇ କେତେକ ମହିଳା ପୂଜାର୍ଚ୍ଚନା ପାଇଁ ସଂଗବଦ୍ଧ ଭାବରେ ପୋଖରୀରୁ କଳସ ଦ୍ୱାରା ପାଣି ସଂଗ୍ରହ କରିବା ଦେଖିବାକୁ ମିଳିଛି ଛଅଗାଁ ପଞ୍ଚାୟତର ଶଶାଙ୍ଗରେ। ଯଦିଓ ପୂଜାର୍ଚ୍ଚନା ପରମ୍ପରା ଓ ବିଧି ରକ୍ଷା କରିବା ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ସଂଗବଦ୍ଧ ଭାବରେ ଏକାଠି ହେବା ପାଇଁ ବାରଣ କରିଛନ୍ତି। ଏହାକୁ ଉଲ୍ଲଂଘନ କରାଯାଇଛି ଶଶାଙ୍ଗରେ। ଯାହାକି କରୋନା ବୃଦ୍ଧି ପାଇଁ ବାଟ ଫିଟାଉଛି। କେବଳ ଶଶାଙ୍ଗ କାହିଁକି ଅଧିକାଂଶ ଗାଁମାନଙ୍କରେ ଆଜି ପୂଜାର୍ଚ୍ଚନା ପାଇଁ ମା ମାନଙ୍କ ଭିଡ ଦେଖିବାକୁ ମିଳିଥିଲା। ଆଠଗଡ ଉପଖଣ୍ଡ ପ୍ରଶାସନ ଓ ପୋଲିସ ଏଥିପ୍ରତି ସଜାଗ ଦୃଷ୍ଟି ଦେଉ ନଥିବାରୁ କରୋନା ସ୍ଥିତି ଅଧିକ ହେବାରେ ଲାଗିଛି।

Comments are closed.