କୋଭିଡ ନିୟମ ଉଲ୍ଲଂଘନ ଓ ଚଢା ଦରରେ ବିକ୍ରି ନେଇ ଦୁଇ ଔଷଧ ଦୋକାନକୁ ଜରିମାନା, ଗୋଟିଏ ସିଲ

ନବରଙ୍ଗପୁର: କରୋନା ଭଳି ମହାମାରୀ ସମୟରେ ଏହାର ମୁକାବିଲା ପାଇଁ ସମସ୍ତେ ଅସ୍ତବ୍ୟସ୍ତ । ମେଡ଼ିସିନ, ଅକ୍ସିମିଟର ଓ ଅକ୍ସିଜେନ କଳା ବଜାରୀ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ରହିଛି । ଏଭଳି ସ୍ଥଳେ ନବରଙ୍ଗପୁର ସାଇତେଜା ମେଡ଼ିସିନ ଦୋକାନ ଓ ସ୍ୱାତି ମେଡିକାଲ ଷ୍ଟର କୋଭିଡ ନିୟମକୁ ସଠିକ ଭାବେ ପାଳନ କରି ନ ଥିବା ନେଇ ଦୁଇଟି ମେଡ଼ିସିନ ଦୋକାନିଙ୍କଠାରୁ ୨ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି । ସେହିଭଳି ରାଜରତନ ମେଡିକାଲ ଷ୍ଟୋର ଗୋଟିଏ ଅକ୍ସୀମିଟରକୁ ୨୭୦୦ ଟଙ୍କା ନେଇ ଚଢା ଦରରେ ବିକ୍ରି କରୁଥିବାରୁ ଏହି ରାଜ ରତ୍ନମ ମେଡିକାଲ ଷ୍ଟୋରକୁ ସିଲ କରାଯାଇଛି । ଏହି ଚଢ଼ାଉରେ ଉପଜିଲାପାଳ ଭାସ୍କର ରଇତ ଓ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ସମେତ ବହୁ ପୋଲିସ କର୍ମୀ ଉପସ୍ଥିତ ରହିଥିଲେ।

Comments are closed.