ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୫୦୩ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟାକୁ ୩୪୭୬୩୭କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୪୭୬୩୭କୁ ବୃଦ୍ଧି ପାଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩୫୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୧୯୧, ନୂଆପଡ଼ା ୧୨୫, ସମ୍ବଲପୁର ୭୭, ନବରଙ୍ଗପୁର ୬୮, ବଲାଙ୍ଗିର ୫୯, ବରଗଡ଼ ୫୧, କଟକ ୫୧, କେନ୍ଦୁଝର ୪୯, ମୟୂରଭଞ୍ଜ ୪୯, କଳାହାଣ୍ଡି ୪୬, ଷ୍ଟେଟ୍‌ପୁଲ ୪୫, ପୁରୀ ୪୪, ଗଞ୍ଜାମ ୩୧, ରାୟଗଡ଼ା ୩୧, ଭଦ୍ରକ ୩୦, ଦେବଗଡ଼ ୨୯, ଅନୁଗୁଳ ୨୭, ଝାରସୁଗୁଡ଼ା ୨୩, ଗଜପତି ୧୯, ଯାଜପୁର ୧୯, ବାଲେଶ୍ବର ୧୭, ଜଗତସିଂହପୁର ୧୫, ସୋନପୁର ୧୫, ନୟାଗଡ଼ ୧୩, କୋରାପୁଟ ୭, ମାଲକାନଗିରି ୬, ଢେଙ୍କାନାଳ ୫, କନ୍ଧମାଳ ୫ ଓ କେନ୍ଦ୍ରାପଡ଼ାରୁ ୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.