ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୮୪୦୧ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୩୧୬୫୮କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୮୪୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୪୩୧୬୫୮କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୮୨୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୯୩୧, କଟକ ୪୮୧, ​‌େ​‌ଷ୍ଟେଟ୍‌ପୁଲ ୩୩୮, ନବରଙ୍ଗପୁର ୩୪୬, ଝାରସୁଗୁଡ଼ା ୩୪୩, ଅନୁଗୁଳ ୩୨୨, ମୟୂରଭଞ୍ଜ ୩୦୮, ସମ୍ବଲପୁର ୩୦୭, ନୂଆପଡ଼ା ୨୯୭, ପୁରୀ ୨୮୭, ବରଗଡ଼ ୨୭୦, ଯାଜପୁର ୨୪୦, ବଲାଙ୍ଗିର ୨୩୪, କେନ୍ଦୁଝର ୨୩୪, ଗଞ୍ଜାମ ୨୨୨, ବାଲେଶ୍ବର ୨୦୦, ଗଜପତି ୧୫୭, ରାୟଗଡ଼ା ୧୪୭, କଳାହାଣ୍ଡି ୧୨୩, ନୟାଗଡ଼ ୧୨୦, ସୋନପୁର ୧୧୨, ଜଗତସିଂହପୁର ୧୦୯, ଦେବଗଡ଼ ୯୬, କେନ୍ଦ୍ରାପଡ଼ା ୮୫, କୋରାପୁଟ ୭୬, ଭଦ୍ରକ ୬୭, କନ୍ଧମାଳ ୫୩, ମାଲକାନଗିରି ୨୬ ଓ ବୌଦ୍ଧରୁ ୨୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.