ଆଜି ରାଜ୍ୟରୁ ସୁସ୍ଥ ହେଲେ ୩୪୬୪ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୬୨୯୩୧କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୩୪୬୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୬୨୯୩୧କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୪୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୫୨୬, ନୂଆପଡ଼ା ୩୪୦, ଝାରସୁଗୁଡ଼ା ୨୩୮, କେନ୍ଦୁଝର ୧୯୯, ସମ୍ବଲପୁର ୧୫୩, କଟକ ୧୫୨, ବରଗଡ଼ ୧୪୦, ପୁରୀ ୧୨୮, ଷ୍ଟେଟ୍‌ପୁଲ ୧୧୮, ନବରଙ୍ଗପୁର ୯୭, ବଲାଙ୍ଗିର ୮୭, ବାଲେଶ୍ବର ୮୪, ମୟୂରଭଞ୍ଜ ୬୯, ରାୟଗଡ଼ ୬୨, ଗଜପତି ୫୯, ଗଞ୍ଜାମ ୫୮, ଦେବଗଡ଼ ୫୪, କଳାହାଣ୍ଡି ୫୪, ଭଦ୍ରକ ୫୩, ଅନୁଗୁଳ ୪୯, ଯାଜପୁର ୪୧, ନୟାଗଡ଼ ୩୩, ଜଗତସିଂହପୁର ୩୦, କୋରାପୁଟ ୨୪, ସୋନପୁର ୨୪, କେନ୍ଦ୍ରାପଡ଼ା ୨୨, ଢେଙ୍କାନାଳ ୧୫, କନ୍ଧମାଳ ୧୦ ଓ ମାଲକାନଗିରି ୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.