ଆଜି ରାଜ୍ୟରେ ସୁସ୍ଥ ହେଲେ ୧୧୦୯୫ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୬୯୨୦୨୭କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୧୦୯୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୬୯୨୦୨୭କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮୫୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୧୧୧୫, ସୁନ୍ଦରଗଡ଼ ୮୪୦, ଅନୁଗୁଳ ୭୨୯, କଳାହାଣ୍ଡି ୬୫୯, ମୟୂରଭଞ୍ଜ ୬୪୨, ବରଗଡ଼ ୪୫୦, ପୁରୀ ୪୨୭, ସମ୍ବଲପୁର ୩୭୪, ଷ୍ଟେଟପୁଲ ୩୩୨, ବାଲେଶ୍ବର ୩୨୮, କେନ୍ଦ୍ରାପଡ଼ା ୩୨୧, ନବରଙ୍ଗପୁର ୩୧୫, ଝାରସୁଗୁଡ଼ା ୩୦୧, କୋରାପୁଟ ୨୭୬, ବୌଦ୍ଧ ୨୪୧, ଜଗତସିଂହପୁର ୧୯୦, ଗଞ୍ଜାମ ୧୮୦, ବଲାଙ୍ଗିର ୧୬୧, ରାୟଗଡ଼ା ୧୫୯, ଭଦ୍ରକ ୧୫୧, ଢେଙ୍କାନାଳ ୧୩୮, ଯାଜପୁର ୧୩୦, ନୟାଗଡ଼ ୧୨୫, ସୋନପୁର ୧୨୪, କେନ୍ଦୁଝର ୧୧୫, କନ୍ଧମାଳ ୧୦୦, ଦେବଗଡ଼ ୯୭, ମାଲକାନଗିରି ୮୪, ନୂଆପଡ଼ା ୬୭, ଗଜପତି ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

Comments are closed.