ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୭୫୬୪ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୬୫୧୩୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୭୫୬୪ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୪୬୫୧୩୩କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୨୯୧ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୭୩୨, ପୁରୀ ୫୨୯, କଟକ ୪୭୦, ସମ୍ବଲପୁର ୪୪୦, ଝାରସୁଗୁଡ଼ା ୪୦୩, ବରଗଡ଼ ୩୮୨, ନବରଙ୍ଗପୁର ୩୫୬, ବଲା୍ଗିର ୨୮୯, ଗଞ୍ଜାମ ୨୬୧, ନୂଆପଡ଼ା ୨୫୯, ଷ୍ଟେଟ୍‌ ପୁଲ ୨୩୬, କଳାହାଣ୍ଡି ୧୭୩, ନୟାଗଡ଼ ୧୫୬, ଢେଙ୍କାନାଳ ୧୪୬, ଭଦ୍ରକ ୧୪୨, ମୟୂରଭଞ୍ଜ ୧୩୪, ଗଜପତି ୧୨୭, ସୋନପୁର ୧୨୧, ଅନୁଗୁଳ ୧୦୮, ଜଗତସିଂହପୁର ୧୦୫, ବାଲେଶ୍ବର ୧୦୦, କୋରାପୁଟ ୯୮, କେନ୍ଦ୍ରାପଡ଼ା ୮୭, ଦେବଗଡ଼ ୭୧, କନ୍ଧମାଳ ୬୪, କେନ୍ଦୁଝର ୫୮, ମାଲକାନଗିରି ୫୫, ବୌଦ୍ଧ ୨୬ ଏବଂ ରାୟଗଡ଼ାରୁ ୧୭ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments
Loading...