ଆଜି ରାଜ୍ୟରେ ସୁସ୍ଥ ହେଲେ ୫୯୭, ମୋଟ ଆରୋଗ୍ୟ ସଂଖ୍ୟା ୧୦,୧୮,୩୧୧କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୫୯୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧୦,୧୮,୩୧୧କୁ ବୃଦ୍ଧି ପାଇଛି। ଆଜି ସୁସ୍ଥ ହୋଇଥିବା ମୋଟ ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ଜିଲାରୁ ସର୍ବାଧିକ ୨୮୬ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୭୬, ଷ୍ଟେଟପୁଲ ୬୭, ବାଲେଶ୍ବର ୨୮, ଜଗତସିଂହପୁର ୨୭, ଯାଜପୁର ୨୪, ମୟୂରଭଞ୍ଜ ୨୩, ପୁରୀ ୧୬, ସମ୍ବଲପୁର ୧୨, ସୁନ୍ଦରଗଡ଼ ୭, ଢେଙ୍କାନାଳ ୬, ଝାରସୁଗୁଡ଼ା ୬, ଗଞ୍ଜାମ ୪, କୋରାପୁଟ ୪, କେନ୍ଦ୍ରାପଡ଼ା ୩, ବରଗଡ଼ ୨, କେନ୍ଦୁଝର ୨, ନୟାଗଡ଼ ୨, କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.