ରାଜ୍ୟରେ ସୁସ୍ଥ ହେଲେ ୮୨୬ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୯୯୬୩୦୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୮୨୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୯୯୬୩୦୦କୁ ବୃଦ୍ଧି ପାଇଛି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୧୦୬, ଷ୍ଟେଟପୁଲ ୬୫, ବାଲେଶ୍ବର ୫୬, ଯାଜପୁର ୪୨, ଜଗତସିଂହପୁର ୩୦, ମୟୂରଭଞ୍ଜ ୨୭, କେନ୍ଦ୍ରାପଡ଼ା ୨୦, ପୁରୀ ୨୦, କେନ୍ଦୁଝର ୧୯, ଅନୁଗୁଳ ୧୬, ବରଗଡ଼ ୧୫, ସୁନ୍ଦରଗଡ଼ ୧୫, ସମ୍ବଲପୁର ୧୨, ନୟାଗଡ଼ ୧୨, ଦେବଗଡ଼ ୧୦, ଭଦ୍ରକ ୮, ଢେଙ୍କାନାଳ ୮, ଝାରସୁଗଡ଼ା ୬, ମାଲକାନଗିରି ୬, ଗଞ୍ଜାମ ୪, କୋରାପୁଟ ୪, କଳାହାଣ୍ଡି ୩, କନ୍ଧମାଳ ୩, ନୂଆପଡ଼ା ୨, ରାୟଗଡ଼ା ୨ ଏବଂ ବୌଦ୍ଧ ଓ ସୋନପୁରରୁ ଜଣେ ଲେଖାଲଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

Comments are closed.