ଆଜି ରାଜ୍ୟରେ ସୁସ୍ଥ ହେଲେ ୧୦୪୦୫ କରୋନା ଆକ୍ରାନ୍ତ, ଆରୋଗ୍ୟ ସଂଖ୍ୟା ୬୮୦୯୩୨କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୦୪୦୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୬୮୦୯୩୨କୁ ବୃଦ୍ଧି ପାଇଛ ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୪୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୯୫୪, ଅନୁଗୁଳ ୯୦୮, ସୁନ୍ଦରଗଡ଼ ୭୦୫, ମୟୂରଭଞ୍ଜ ୫୬୪, ଯାଜପୁର ୪୯୫, ଭଦ୍ରକ ୪୮୨, ପୁରୀ ୪୭୨, ସମ୍ବଲପୁର ୩୫୪, ବରଗଡ଼ ୩୩୧, ଜଗତସିଂହପୁର ୩୦୯, କେନ୍ଦ୍ରାପଡ଼ା ୩୦୫, ବଲାଙ୍ଗିର ୨୭୪, ନବରଙ୍ଗପୁର ୨୫୫, ଷ୍ଟେଟପୁଲ ୨୫୪, କୋରାପୁଟ ୨୫୧, ଗଞ୍ଜରମ ୨୪୨, ବୌଦ୍ଧ ୨୦୦, ନୟାଗଡ଼ା ୧୯୦, ଝାରସୁଗୁଡ଼ା ୧୮୬, ବାଲେଶ୍ବର ୧୮୧, ରାୟଗଡ଼ା ୧୭୨, ଢେଙ୍କାନାଳ ୧୫୫, କେନ୍ଦୁଝର ୧୪୯, ସୋନପୁର ୧୨୩, ଦେବଗଡ଼ ୧୦୬, ମାଲକାନଗରି ୧୦୨, କନ୍ଧମାଳ ୮୨, ଗଜପତି ୬୮, ନୂଆପଡ଼ା ୫୧ ଏବଂ କଳାହାଣ୍ଡିରେ ୩୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

Comments are closed.