୩୭୭ ଜିଲ୍ଲାରେ ୫%ରୁ କମ୍‍ ରହିଛି କୋଭିଡ ସଂକ୍ରମଣ

ଦେଶର ଅଧିକ ସଂକ୍ରମଣ ପ୍ରବଣ ଜିଲ୍ଲା ଗୁଡ଼ିକରେ କୋଭିଡ୍‍ ଆଚରଣ ବିଧି କଡ଼ାକଡ଼ି ଭାବେ ଲାଗୁ କରିବା ଫଳରେ କେତେକ ସହରରେ ଦୈନିକ ସଂକ୍ରମଣହାର ୫%ରୁ କମ୍‍ ରହିଛି। ଗତ ମାସ ୭ରେ ୯୨ଟି ସହରରେ ୫%ରୁ କମ୍‍ ସଂକ୍ରମଣ ରହିଥିବା ବେଳେ ଏହି ସଂଖ୍ୟା ୩୭୭କୁ ବୃଦ୍ଧି ପାଇଛି। ବିଶେଷ ଭାବେ ଛୋଟ ଛୋଟ ଅଞ୍ଚଳକୁ କଣ୍ଟେନ୍‍ମେଣ୍ଟ ଘୋଷଣା କରାଯାଇ କରୋନା ମହାମାରୀ ବିରୋଧୀ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ଲବ୍‍ ଅଗ୍ରୱାଲ୍‍ କହିଛନ୍ତି। ଗତକାଲି ଦୈନିକ ସମ୍ବାଦଦାତା ସମ୍ମିଳନୀରେ ଶ୍ରୀ ଅଗ୍ରୱାଲ୍‍ କହିଛନ୍ତି, ଏବେ ଦେଶରେ ଦୈନିକ ୨୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଉଛି। ଫଳରେ ସହଜରେ ଟ୍ରେସିଂ ପ୍ରକ୍ରିୟା ଯୋଗୁଁ ଚିହ୍ନଟ ବ୍ୟବସ୍ଥାରେ ବ୍ୟାପକ ବୃଦ୍ଧି ଘଟିଛି।

ସେ କହିଛନ୍ତି, ବିଶ୍ୱରେ ପ୍ରତି ୧୦ଲକ୍ଷରେ କରୋନା ସଂକ୍ରମଣରେ ୪୭୭ ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିବା ବେଳେ ଭାରତରେ ଏହି ସଂଖ୍ୟା ୨୪୫ ରହିଛି, ଯାହା ସର୍ବନିମ୍ନ ଅଟେ। ସେହିପରି ଗତ ମେ ୩ ତାରିଖରେ ଦେଶରେ କରୋନା ଆରୋଗ୍ୟହାର ୮୧.୮% ଥିବା ବେଳେ ଏବେ ଏହା ୯୩.୧ %କୁ ବୃଦ୍ଧି ପାଇଥିବା ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ. ପଲ୍‍ କହିଛନ୍ତି।

Comments are closed.