ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ୩୭ ଡାକ୍ତର କରୋନା ପଜିଟିଭ 

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ଦେଖାଯାଉଛି। ଏହାସହ ଦିଲ୍ଲୀର ଗଙ୍ଗାରାମ ନାମକ ଏକ ହସ୍ପିଟାଲରୁ ୩୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ଜଣ ହୋମ ଆଇସୋଲେସନରେ ରହିଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକିଛି ଦିନ ମଧ୍ୟରେ ଏଠାରେ ଅଧିକ ପରିମାଣରେ ପଜିଟିଭ ଚିହ୍ନଟ ହୋଇଥିବାରୁ ଏହାକୁ ହଟସ୍ପଟ କୁହାଯାଉଛି।
ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ , ଗୁରୁବାର ଦିନ ସମସ୍ତ ଡାକ୍ତରଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଡ଼ାକ୍ତରଙ୍କ ବୟସ ୫୦ ବର୍ଷରୁ ଅଧିକ ଥିବା ବେଳେ ସେମାନେ କୋଭିଡ ପଜିଟିଭ ଚିହ୍ନଟ ପରେ ତାଙ୍କୁ ତୁରନ୍ତ ଗଙ୍ଗରାମ ହସ୍ପିଟାଲରୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Comments are closed.