ବୁର୍ଲା ଭିମସାରରେ କୋଭିଡ଼ ସେବିକାଙ୍କ ଆନ୍ଦୋଳନ ସପ୍ତମ ଦିନରେ

ବୁର୍ଲା : ବୁର୍ଲା ଭିମସାର ହସପିଟାଲ ବର୍ହିବିଭାଗ ସମ୍ମୁଖରେ କୋଭିଡ ହସପିଟାଲରେ ନିୟୋଜିତ ସେବିକାଙ୍କ ଆନ୍ଦୋଳନ ଆଜି ସପ୍ତମ ଦିବସରେ ପଦାର୍ପଣ କରିଛି। ମାତ୍ର ଏହି ସେବିକାଙ୍କ ଆନ୍ଦୋଳନ ପ୍ରତି କର୍ତ୍ତୃପକ୍ଷ ନାଁ ରାଜ୍ୟ ସରକାର କାହାରି ଦୃଷ୍ଟି ପଡ଼ୁ ନାହିଁ। ଏହାକୁ ନେଇ ଖୁଦ ଠିକା ସେବିକା ମାନେ ଅଭିଯୋଗ ଆଣିଛନ୍ତି। ତେବେ ଏହି ଆନ୍ଦୋଳନର କୌଣସି ନିଷ୍କର୍ଷ ବାହାରି ପାରୁ ନାହିଁ କି ଫଳାଫଳ ମଧ୍ୟ ମିଳି ପାରି ନାହିଁ। ଅନ୍ୟପଟେ ଏହି ଆନ୍ଦୋଳନକାରୀ ସେବିକା ମାନେ କୋଭିଡ ହସପିଟାଲରେ ନିଜର ଡ୍ୟୁଟି ମଧ୍ୟ କରୁଥିବା ବେଳେ ଆନ୍ଦୋଳନ ସ୍ଥଳରେ ମଧ୍ୟ ଯୋଗଦାନ କରୁଛନ୍ତି। ତେବେ କୋଭିଡ ରୋଗୀଙ୍କ ସଂସ୍ପର୍ଷରେ ଆସି ଏଭଳି ବାହାରେ ଏକାଠି ହୋଇ ବସୁଥିବାରୁ ସଂକ୍ରମଣ ବଢିବା ଘଟଣାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ଭିମସାର କର୍ତ୍ତୃପକ୍ଷ ଏହି ଆନ୍ଦୋଳନକାରୀଙ୍କ ସମସ୍ୟାର ସମାଧାନ କରନ୍ତୁ ନ ହେଲେ ଏମାନଙ୍କୁ ଆନ୍ଦୋଳନରୁ ଉଠିବା ପାଇଁ କିଛି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ଥାଉ କି ଆଜିକୁ ସାତ ଦିନ ହେଲା ଭିମସାରରେ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିବା କୋଭିଡ ସେବିକା ମାନେ ଚାକିରୀ ନିୟମିତ କରିବା ଦାବିରେ ମେଡିକାଲ ପରିସରରେ ଆନ୍ଦୋଳନ କରି ଆସୁଛନ୍ତି।

Comments are closed.