କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୫ ମାମଲା, ୧୦ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ୫ଟି ମାମଲା ଦାୟର କରାଯାଇଛି। ସେହିପରି କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାବେଳେ ୫୮୭ ଟି ଗାଡ଼ି ଜବତ ହୋଇଛି ଏବଂ ୧୮,୭୪,୩୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ସୂଚନାଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୫୮,୧୯,୫୮୪ ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୧୭,୭୮୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩,୦୯,୭୪୭ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି। ୧୭୩୦ ଜଣ କୋଭିଡ୍-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୬,୨୫୯ ରହିଛି। ୬,୨୫୯ ଜଣ ହସ୍ପିଟାଲ୍ ଆଇସୋଲେସନ୍ରେ ରହିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗପକ୍ଷରୁ ସୂଚନା ଦିଆଯାଇଛି।