କୋଭିଡ୍‌-ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୧୫ ଗିରଫ, ଜରିମାନା ଆଦାୟ ହୋଇଛି ୧୭,୨୧,୯୫୦ ଟଙ୍କା

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଗୋଟିଏ ମାମଲା ଦାୟର କରାଯାଇଛି। ସେହିପରି ରାଜ୍ୟରେ କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୫ ଜଣ ବ୍ୟକ୍ତିଙ୍କୁ ଗିରଫ ହୋଇଥିବାବେଳେ ୬୧୦ ଟି ଗାଡ଼ି ଜବତ ହୋଇଛି ଏବଂ ୧୭,୨୧,୯୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୫୬,୪୨,୪୦୭ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୧୫,୨୭୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୩,୦୬,୭୨୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି। ୧୬୭୧ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୬,୮୨୧ ରହିଛି। ୬,୮୨୧ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.