କୋଭିଡ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ୯୦୩୨ ବ୍ୟକ୍ତିଙ୍କ ଠାରୁ ୨୭ଲକ୍ଷ ୪୦ହଜାର ୦୪୦ଟଙ୍କା ଜୋରିମାନା ଆଦାୟ

ସ୍ପେଶାଲ ଡ୍ରାଇଭର ଦଶମ ଦିନ

ଭୁବନେଶ୍ବର: ଓଡ଼ିଶା ପୁଲିସ ପକ୍ଷରୁ କୋଭିଡ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅପ୍ରେଲ୍ ୭ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଓଡ଼ିଶା ପୋଲିସ୍‌ର ସ୍ୱତନ୍ତ୍ର ଡ୍ରାଇଭ୍‌ର ଦଶମ ଦିନରେ ସମୁଦାୟ ୯୦୩୨ ବ୍ୟକ୍ତିଙ୍କ ଠାରୁ ୨୭ଲକ୍ଷ ୪୦ହଜାର ୦୪୦ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହିଦଶ ଦିନ ମଧ୍ୟରେ ମୋଟ ୧,୦୧,୦୫୭ ବ୍ୟକ୍ତିଙ୍କ ଠାରୁ ୨ କୋଟି ୯୮ଲକ୍ଷ ୨୧ହଜାର ୯୯୦ଟଙ୍କା ଜୋରିମାନା ଆଦାୟ କରାଯାଇଛି।

 

ଦଶମ ଦିନରେ ସାମାଜିକ ଦୂରତା ବଜାୟ ରଖି ନ ଥିବା ୮୦୪ଜଣ ବ୍ୟକ୍ତିଙ୍କ ଠାରୁ ୧,୪୨,୧୫୦ଟଙ୍କା ଏବଂ ସର୍ବ ସାଧାରଣ ସ୍ଥାନରେ ମୁହଁରେ ମାସ୍କ ପିନ୍ଧି ନ ଥିବା କାରଣରୁ ୮,୨୨୮ବ୍ୟକ୍ତିଙ୍କ ଠାରୁ ୨୫,୯୭,୮୯୦ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଆଗାମୀ ଦିନରେ କୋଭିଡ୍ କଟକଣାକୁ ଜୋରଦାର କରାଯିବ। କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ ପରିଧାନ ନିୟମକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ପାଇଁ ପୁଲିସ୍ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ବୋଲି ଓଡ଼ିଶା ପୁଲିସ ରାଜ୍ୟ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.