ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮୨ କରୋନା ଆକ୍ରାନ୍ତ ଚିହ୍ନଟ। ୮୨ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୪୮, ଲୋକାଲ୍‌ କେସ୍ ୩୪

ଭୁବନେଶ୍ବର: ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ୮୨ କରୋନା ଚିହ୍ନଟ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୪୮ ରହିଥିବାବେଳେ ଲୋକାଲ୍‌ କେସ୍ ୩୪ ରହିଛି। ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୧୧, ଖୋର୍ଦ୍ଧା ୯, ବରଗଡ଼ ୭, ସୁନ୍ଦରଗଡ଼ ୭, ବାଲେଶ୍ବର ୬, କଟକ ୫, ବଲାଙ୍ଗିର ୪, ଯାଜପୁର ୪, ନବରଙ୍ଗପୁର ୪, ଢେଙ୍କାନାଳ ୩, ଗଞ୍ଜାମ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Image source : Pixabay

ସେହିପରି ଅନୁଗୁଳ, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ଷ୍ଟେଟ୍‌ପୁଲ୍‌ରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦେବଗଡ଼ ଜିଲାରୁ ଜଣେ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି। ଆଜି କରୋନା ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୩୮୪୦୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩ଲକ୍ଷ ୩୫ହଜାର ୭୯୬ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୩୮ ଆକ୍ଟିଭ୍‌ କେସ୍‌ ରହିଥିବା ଜଣାଯାଇଛି।

Comments are closed.