ଓଡ଼ିଶାରେ ୮୧,୬୭,୭୭୨ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା, ସମୁଦାୟ ୩,୩୬,୬୩୬ ଜଣ ପଜିଟିଭ୍‌ ଚିହ୍ନଟ

କୋଭିଡ୍‌-୧୯ ସୁରକ୍ଷା ନିୟମଗୁଡ଼ିକର କଡ଼ାକଡ଼ି ଆନୁପାଳନ କରିବାକୁ ନିର୍ଦେଶ

ଭୁବନେଶ୍ବର: କେତେକ କ୍ଷେତ୍ରରେ ଏକ ନୂତନ ପ୍ରକାର କୋଭିଡ୍‌-୧୯ ଭୂତାଣୁ ଚିହ୍ନଟ ହୋଇଥିବାରୁ ଏବଂ ମହାରାଷ୍ଟ୍ର ତଥା ଅନ୍ୟ କେତେକ ରାଜ୍ୟରେ କୋଭିଡ୍‌ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଘଟଣାକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ବିଭାଗ ମାର୍ଗଦର୍ଶିକା/ସୁରକ୍ଷା ନିୟାମକ ଜାରି କରିଛି। ସମସ୍ତ ଜିଲ୍ଲାପାଳ, ପୌର କର୍ତ୍ତୃପକ୍ଷ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ରାଜ୍ୟରେ ସଂକ୍ରମଣକୁ ରୋକିବା ପାଇଁ ସର୍ବସାଧାରଣ ସ୍ଥଳ ଏବଂ କର୍ମକ୍ଷେତ୍ରମାନଙ୍କରେ କୋଭିଡ୍‌-୧୯ ସୁରକ୍ଷା ନିୟମଗୁଡ଼ିକର କଡ଼ାକଡ଼ି ଆନୁପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୮୧,୬୭,୭୭୨ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୩୬,୬୩୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩,୩୩, ୯୫୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି। ୧୯୧୪ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୬୧୬ ରହିଛି ଏବଂ ୬୧୬ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି।

Comments are closed.