କରୋନାର ସଂକ୍ରମଣ ପୁଣିଥରେ ଆମ ଆଗରେ ସଙ୍କଟ ହୋଇ ଉଭା ହୋଇଛି, ସାମାନ୍ୟ ଅସାବଧାନତା ପୂରା ସମାଜ ପାଇଁ ସାଜି ପାରେ ବିପଦ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନାର ସଂକ୍ରମଣ ପୁଣିଥରେ ଆମ ଆଗରେ ସଙ୍କଟ ହୋଇ ଉଭା ହୋଇଛି। ସାମାନ୍ୟ ଅସାବଧାନତା ପୂରା ସମାଜ ପାଇଁ ବିପଦ ସାଜି ପାରେ। ତେଣୁ ନିୟମିତ ମାସ୍କ ପିନ୍ଧି ବିନା ଲକ୍‌ଡାଉନ୍‌ରେ କୋଭିଡ୍‌-୧୯ ସହ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କୋଭିଡ୍‌-୧୯ ବିରୋଧରେ ସଂଗ୍ରାମକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଉତ୍ତମ ଉପଲବ୍ଧତା ପାଇଁ ଖୋଲାବଜାରରେ ଟିକା ଉପଲବ୍ଧ କରାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ମହାନଗରଗୁଡ଼ିକ ଉପରେ ଗୁରୁତ୍ୱ ଦେଇ ଟିକା ବଣ୍ଟନକୁ ଅଧିକ ଯୁକ୍ତିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୯୫,୯୯,୮୭୭ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୬୮, ୨୫୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୩,୪୪, ୮୨୫ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ୧୯୪୪ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟ ୨୧,୪୩୬ ରହିଛି। ୨୧,୪୩୬ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.