ଆଜି ଭୁବନେଶ୍ବରରେ ୮୦୯ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୫୯୮

ଭୁବନେଶ୍ବର: ଆଜି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ପୁଣି ୮୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେସ୍‌ ୧୧୯ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୬୯୦ ରହିଛି। ଆଜି ସୁଦ୍ଧା ଭୁବନେଶ୍ବରରେ ମୋଟ ୪୬୩୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩୭୬୫୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩୭୮ଜଣ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବରରେ ୨୬୬ଜଣଙ୍କ ମୃତ୍ୟୁ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।

Comments are closed.