ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୮୫୧ କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୪୨୯

ଭୁବନେଶ୍ବର: ଆଜି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ପୁଣି ୮୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍ ୯୬ ଏବଂ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୭୫୫ ରହିଛି। ଆଜି ସୁଦ୍ଧା ଭୁବନେଶ୍ବରରେ ୪୩୨୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୬୧୦୩ଜଣ ସୁସ୍ଥ ହୋଇଥିବାବେଳେ ଏବେ ବିଭିନ୍ନ ହସ୍‌ପିଟାଲ୍‌ରେ ୬୯୧୩ଜଣ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା କରୋନା ଆକ୍ରାନ୍ତରେ ଭୁବନେଶ୍ବରରେ ୨୫୯ଜଣଙ୍କ ମୃତ୍ୟୁ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.