କୋଭିଡ୍‌ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୬ମାମଲା, ୬ ଗିରଫ

ଭୁବନେଶ୍ବର:ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୬ ଟି ମାମଲା ଦାୟର କରାଯାଇଛି। ଏହି ସମସ୍ତ ମାମଲା ମାମଲା ଲକ୍‌ ଡାଉନ୍‌ ସଂପର୍କିତ ଅଟେ। ୬ ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି। ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୬,୧୬,୬୪୬ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୨,୫୫୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨୮,୬୯୭ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ଆଜିର ସୁସ୍ଥ ସଂଖ୍ୟା-୧୮୧୦। ଆଜି ସୁଦ୍ଧା ୨୪୭ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୩,୫୬୧ ରହିଛି । ୧୫,୩୭୧ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.