ରାଜ୍ୟରେ ଆଉ ୧୫ ଆକ୍ରାନ୍ତ ମୃତ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନେ ୨୦ ଅତିକ୍ରମ କରୁଥିବା ବେଳେ ଦିନେ ୨୦ ତଳକୁ ରହୁଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩ ଆକ୍ରାନ୍ତ, ଅନୁଗୁଳ, କଟକ, ପୁରୀ ଜିଲାରୁ ୨ ଲେଖାଏଁ ଆକ୍ରାନ୍ତ, ବାଲେଶ୍ୱର,ବରଗଡ,ଜଗତସିଂହପୁରରୁ ଜଣେ ଲେଖାଏଁ,ଯାଜପୁର,ମୟୁରଭଞ୍ଜ,ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୯୭୬ରେ ପହଞ୍ଚିଲା।

 

Comments are closed.