୬୭୯୮ ଗ୍ରାମ ପଞ୍ଚାୟତରେ ୬,୭୭୩ କୋଭିଡ୍‌ କେୟାର ହୋମ୍‌ 

 

ଭୁବନେଶ୍ୱର : କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୬,୭୭୩ ଟି କୋଭିଡ୍‌ କେୟାର ହୋମ୍‌ ସ୍ଥାପିତ ହୋଇଛି । ଏଥିରେ ମୋଟ ୬୭,୮୮୮ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।  ଅନୁରୂପ ଭାବରେ ରାଜ୍ୟରେ ୧୫୦୧ ଟି କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମ୍‌ସି) କାର୍ଯ୍ୟ  କରୁଛି । ଏଗୁଡ଼ିକରେ ୭୧,୮୯୦ ଟି ଶଯ୍ୟା ଉପଲବ୍ଧ ରହିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.