ବିଏମସି ନିଷ୍ପତ୍ତି ; ରାଜଧାନୀରେ ଲାଗୁ ହେବ ଗଞ୍ଜାମର ନିୟମାବଳୀ

ଭୁବନେଶ୍ୱର : ଦିନକୁ ଦିନ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଗଞ୍ଜାମର ନିୟମାବଳୀ (ଫର୍ମୁଲା) ଲାଗୁ କରିବା ନେଇ ଗୁରୁବାର ବିଏମସି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବ୍ୟାପକ ହେଲଥ୍‍ ସ୍କିନିଂ ପାଇଁ ୫୬୫ଟି ରାପିଡ଼ ରେସପନ୍ସ ଦଳ ନିୟୋଜିତ ହୋଇଛନ୍ତି। ବସ୍ତି ଓ ଅନ୍ୟାନ୍ୟ ଅଞ୍ଚଳରେ ରାପିଡ଼ ରେସପନ୍ସ ଦଳ ଦ୍ୱାରା ହେଲଥ୍‍ ସ୍କିନିଂ କରାଯିବ। ବିଏମସି ପକ୍ଷରୁ ହୋମ  ଆଇସୋଲେସନରେ ଥିବା ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ। ଏହାସହ କରୋନା ନିୟମ ମାନୁଛନ୍ତି କି ନାହିଁ ସେନେଇ ଆକ୍ରାନ୍ତଙ୍କ ଉପରେ କଡ଼ା ନଜର ରହିବ। ଏହାସହ କରୋନା ନେଇ ସନ୍ଦେହ ହେଲେ ୧୯୨୯କୁ ଫୋନ କରି ତଥ୍ୟ ମଧ୍ୟ ପାଇପାରିବେ। ଏନେଇ କୋଭିଡ଼ ଦାୟିତ୍ୱରେ ଥିବା ଆଇଏଏସ ପାରୁଲ ପଟୱାରୀ ସୂଚନା ଦେଇଛନ୍ତି।

 

Comments are closed.