ଏହି ୫ ରାଜ୍ୟର ବ୍ୟକ୍ତିଙ୍କୁ ଦିଲ୍ଲୀରେ ପ୍ରବେଶ ପୂର୍ବରୁ ଦେବାକୁ ପଡିବ କରୋନା ନେଗେଟିଭ ରିପୋର୍ଟ

ନୂଆଦିଲ୍ଲୀ : କିଛି ରାଜ୍ୟରେ କରୋନା ସଂକ୍ରମଣ ହଠାତ ବୃଦ୍ଧି ପାଉଥିବା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ନୂଆ ନିୟମ ଲାଗୁ କରାଯାଇଛି। ଦିଲ୍ଲୀରେ ପ୍ରବେଶ କରିବାକୁ ହେଲେ ଆସନ୍ତା ଶୁକ୍ରବାର ଠାରୁ ଦେଶର ୫ଟି ରାଜ୍ୟରୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ‘କୋଭିଡ ନେଗେଟିଭ ଟେଷ୍ଟ ରିପୋର୍ଟ’ ବାଧ୍ୟତାମୂଳକ କରାଯାଇଛି। ନଚେତ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଉକ୍ତ ରାଜ୍ୟ ଗୁଡିକ ହେଉଛି ମହାରାଷ୍ଟ୍ର, କେରଳ, ଛତିଶିଗଡ, ମଧ୍ୟପ୍ରଦେଶ ଓ ପଞ୍ଜାବ। ଏହି ନିୟମ ଆସନ୍ତା ଶୁକ୍ରବାର ଠାରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ।
ଗତ ସପ୍ତାହରେ ସମ୍ପୃକ୍ତ ରାଜ୍ୟରେ ୮୦% କରୋନା ପଜିଟିଭ ଅଧିକାଂଶ ଉକ୍ତ ୫ ରାଜ୍ୟରେ ହିଁ ଦେଖାଦେଇଥିଲା।
ଦିଲ୍ଲୀ ସରକାର ଏହି ୫ ରାଜ୍ୟର ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିବେ। ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ଖୁବ ଶୀଘ୍ର ପ୍ରକାଶ ପାଇବ। ମହାରାଷ୍ଟ୍ର, କେରଳ, ଛତିଶିଗଡ, ମଧ୍ୟପ୍ରଦେଶ ଓ ପଞ୍ଜାବରୁ ଆସୁଥିବା ଲୋକେ ବିମାନରେ ଚଢିବା ପୂର୍ବରୁ ୭୨ ଘଣ୍ଟା ପୂର୍ବରୁ ଯେପରି ଟେଷ୍ଟ କରିବେ, ଏହାକୁ ସମ୍ପୃକ୍ତ ରାଜ୍ୟର ଅଧିକାରୀମାନେ ନିଶ୍ଚିତ କରିବେ। ଏହି ନିୟମ ପରିବହନ ପ୍ରତ୍ୟେକ ମାଧ୍ୟମ ରେଳ, ଉଡାଜାହାଜ, ବସ ଆଦିରେ ଆସୁଥିବା  ସମସ୍ତ ଯାତ୍ରୀଙ୍କ ଉପରେ ଲାଗୁ କରାଯିବ।

Comments are closed.