୧୫ ଲକ୍ଷ ଟପିଲା କରୋନା, ମୃତ୍ୟୁ ସଂଖ୍ୟା ୩୪ ହଜାର ପାର୍‌

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ତୀବ୍ର ବେଗରେ ବୃଦ୍ଧି ପାଉଛି। ବୁଧବାର ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଅତିକ୍ରମ କରିଥିବାବେଳେ ମୃତକଙ୍କ ସଂଖ୍ୟା ୩୪ ହଜାର ପାର୍‌ ହୋଇଛି। ଗତ ୨୪ ଘଣ୍ଟାରେ ୪୮ ହଜାର ୫୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୭୬୮ ରୋଗୀ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ୩୧ ହଜାର ୬୬୯କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୩୪ ହଜାର ୧୯୩ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୫ ଲକ୍ଷ ୯ ହଜାର ୪୪୭ ସକ୍ରିୟ ରୋଗୀ ଥିବାବେଳେ ୯ ଲକ୍ଷ ୮୮ ହଜାର ୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.