ନୂଆପଡ଼ାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍

ଭୁବନେଶ୍ବର: କୋଭିଡ୍-୧୯ ଚିକିତ୍ସା ସେବାକୁ ରାଜ୍ୟର ସବୁ ଜିଲ୍ଲାକୁ ସଂପ୍ରସାରିତ କରିବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ସଂଖ୍ୟା ୩୪ ହେବା ସହ ସମୁଦାୟ ଶଯ୍ୟା ସଂଖ୍ୟା ୫୬୭୬କୁ ବୃଦ୍ଧିପାଇଛି।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରବାସୀ ଓଡ଼ିଆମାନଙ୍କୁ କ୍ୱରାଣ୍ଟାଇନ୍ରେ ରଖିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ପର୍ଯ୍ୟନ୍ତ ୨ ଲକ୍ଷ ୨୭ ହଜାର ଶଯ୍ୟା ସମ୍ବଳିତ ୭୧୦୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇଛି।