ପାଟଣା ବଜାରରେ ପ୍ରଶାସନର ଚଢ଼ାଉ, ୬ ହଜାର ୮ ଶହ ଜରିମାନା ଆଦାୟ

ପାଟଣା : ପାଟଣା ବଜାରରେ ସାବିତ୍ରୀ ବ୍ରତ ପାଇଁ ବୁଧବାର ଗହଳି ହୋଇଥିବା ବେଳେ ଦିନ ୧୧ଟା ପରେ ମଧ୍ୟ ବହୁ ଦୋକାନୀ କରୋନା କଟକଣା ଉଲଂଘନ କରି ବ୍ୟବସାୟୀ କରୁଥିଲେ। ଖବର ପାଇ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ସହ ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ପାଟଣା ବଜାରରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ କରୋନା କଟକଣା ଉଲଂଘନ କରିବା ଅଭିଯୋଗରେ ୮ ଟି ଦୋକାନୀଙ୍କ ଠାରୁ ୬ ହଜାର ୮ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହା ସହ ଦିନ ୧୧ଟା ପରେ ଯେଉଁ ଅମାନିଆ ବାଇକ୍ ଧରି ବଜାର ଆସୁଥିଲେ ସେମାନଙ୍କୁ ତାଗିଦ୍ କରାଯାଇଛି । ପାଟଣା ବଜାରରେ ଆଜି ସାବିତ୍ରୀ ବ୍ରତ ପାଇଁ ଫଳ ଦୋକାନ ଓ କପଡା ଦୋକାନରେ ପ୍ରବଳ ଗହଳି ହୋଇଥିବାରୁ ପ୍ରଶାସନ ପକ୍ଷରୁ ଆଜି ଏହି ଚଢ଼ାଉ ହୋଇଥିବା ଜଣାପଡିଛି ।

Comments are closed.