କୋଭିଡ୍‍ ନିୟମ ଉଲଂଘନ : ଦୁଇ ଦୋକାନକୁ ବନ୍ଦ କଲା ପ୍ରଶାସନ

ପିପିଲି:କୋଭିଡ୍‍ ନିୟମ ଉଲଂଘନ ଅଭିଯୋଗରେ ପିପିଲି ମୁଖ୍ୟବଜାରରେ ଥିବା ଦୁଇଟି ଦୋକାନକୁ ସୋମବାର ସଂନ୍ଧ୍ୟାରେ ବନ୍ଦ କରାଯାଇଛି। ପିପିଲି ଥାନାର ଏସ୍‍ଆଇ ସୁରମା ସ୍ୱାଇଁ ଓ ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ମିଳିତ ଭାବେ ଚଢାଉ କରି ପିପିଲି ବଜାରରେ ଥିବା ଏକ ସୁନା ଦୋକାନ ଓ ଅନ୍ୟଏକ ତେଜରାତି ଦୋକାନକୁ ତାଲା ପକାଇ ବନ୍ଦ କରିଥିବା ସୂଚନା ମିଳିଛି। ଉଭୟ ଦୋକାନରେ ଗ୍ରାହକଙ୍କ ଭିଡ ଲାଗିଥିବା ବେଳେ ସେଠାରେ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱକୁ ଉଲଂଘନ କରାଯାଇଥିଲା। ଉଭୟ ଦୋକାନକୁ ଆସନ୍ତା କାଲି ଜୋରିମନା କରାଯିବ ବୋଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି।

Comments are closed.