କେନ୍ଦ୍ର ସରକାର ଜାରି କଲେ ଏପ୍ରିଲ୍‌ ମାସ ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍; ଟେଷ୍ଟ, ଟ୍ରାକ୍‌ ଏବଂ ଟ୍ରିଟ୍‌ ଉପରେ ଗୁରୁତ୍ବ

କରୋନା କଟକଣା ମାନି ସିନେଲା ହଲ, ମଲ ଓ ମାର୍କେଟ ଖୋଲିଯାଇପାରିବ

ନୂଆଦିଲ୍ଲୀ: ଏପ୍ରିଲ୍‌ ମାସ ପାଇଁ  କୋଭିଡ୍‌ ଗାଇଡ୍‌ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର। ଏପ୍ରିଲ୍‌ ମାସ ପାଇଁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ରେ ଟେଷ୍ଟ, ଟ୍ରାକ୍‌ ଏବଂ ଟ୍ରିଟ୍‌ ଉପରେ ଗୁରୁତ୍ବ ଦିଆଯାଇଛି। ଯେଉଁଠି ଆର୍‌ଟିପିସିଆର୍‌ ବେଶି ହେଉନି, ସେସବୁ ସ୍ଥାନରେ ଆର୍‌ଟିପିସିଆର ଟେଷ୍ଟ ବଢ଼ାଇବା ସହିତ ନୂଆ ପଜିଟିଭ୍‌ କେସ୍‌କୁ ତୁରନ୍ତ ଟ୍ରାକ୍‌ କରି ଆଇସୋଲେଟ୍‌ ପାଇଁ ନିର୍ଦେଶ ଜାରି ହୋଇଛି ଏବଂ ସବୁ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ କୁହାଯାଇଛି।

FILE PHOTO: People walk past an illustration of a virus outside a regional science centre, as the city and surrounding areas face local restrictions in an effort to avoid a local lockdown being forced upon the region, amid the coronavirus disease (COVID-19) outbreak, in Oldham, Britain August 3, 2020. REUTERS/Phil Noble/File Photo

ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ବେଳେ ଆଜି କେନ୍ଦ୍ର ସରକାର ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ଯାହା କଟକଣା ଚାହିଁବ ଲଗାଇ ପାରିବ ବୋଲି ଗାଇଡଲାଇନରେ ଦର୍ଶାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଲକଡାଉନ ଓ ସଟଡାଉନ ପାଇଁ ପଦକ୍ଷେପ ନେଇପାରିବେ ବୋଲି ଗାଇଡ୍‌ ଲାଇନ୍‌ରେ ଉଲ୍ଲେଖ ରହିଛି। ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକଡାଉନ ଓ ସଟଡାଉନ ପାଇଁ ଜାରି କରିଥିବା ଗାଇଡଲାଇନକୁ ପାଳନ କରିବା ସହିତ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ଗାଇଡଲାଇନରେ ଦର୍ଶାଯାଇଛି। ଯେଉଁ ସବୁ ରାଜ୍ୟରେ ଆରଟିପିସିଆର ଟେଷ୍ଟ କମ ରହିଛି, ତା’କୁ ବୃଦ୍ଧି କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଅତି କମରେ ୭୦% ଆରଟିପିସିଆର ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି। ଏପ୍ରିଲ୍‌ ମାସ ପାଇଁ ଜାରି କରାଯାଇଥିବା ଗାଇଡଲାଇନରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ବସ ଓ ଟ୍ରେନ୍‌ ଚଳାଚଳ ପୂର୍ବଭଳି ଜାରି ରହିବ। କରୋନା କଟକଣା ମାନି ସିନେଲା ହଲ, ମଲ ଓ ମାର୍କେଟ ଖୋଲିଯାଇପାରିବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।

Comments are closed.