କଟକରେ ଦିନ ୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ

ସୋମବାରରୁ ମେ ୧୮ ଯାଏଁ ରହିବ କଟକଣା

କଟକ : ଟ୍ୱିନ ସିଟିରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କଟକଣା ଲାଗୁ କରାଯାଉଛି। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଟକର ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଓ ପୂଜା କମିଟି ଆସନ୍ତା ସୋମବାର ରୁ ୧୮ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଯାଏଁ ସକାଳୁ ଅପରାହ୍ନ ୨ଟା ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଖୋଲାରଖିବେ। ଦିନ ୨ଟା ପରେ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ। କେବଳ ଔଷଧ ଦୋକାନ ଓ କିଛି ଜରୁରୀକାଳୀନ ସେବା ଜାରି ରହିବ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି।

 

Comments are closed.