କୋଭିଡ଼ ରୋଗୀଙ୍କ ସମ୍ପର୍କିୟଙ୍କୁ ଉତ୍କଣ୍ଠା ପକ୍ଷରୁ ଖାଦ୍ୟ ବିତରଣ

ବୁର୍ଲା: ସମାଜସେବୀ ଅନୁଷ୍ଠାନ ଉତ୍କଣ୍ଠା ତରଫରୁ କୋଭିଡ଼ ରୋଗୀ ମାନଙ୍କ ସମ୍ପର୍କିୟଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି। ଲକଡ଼ାଉନ ସମୟରେ ହୋଟେଲ ଏବନଂ ଦୋକାନ ବଜାର ବନ୍ଦ ରହୁଥିବାରୁ ରୋଗୀ ସମ୍ପର୍କିୟ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ହୃଦୟଙ୍ଗମ କରି ଉତ୍କଣ୍ଠା ତରଫରୁ ୧୦ ତାରିଖରୁ ଖାଦ୍ୟ ବଣ୍ଟନ ଆରମ୍ଭ ହୋଇଥିଲା। ପ୍ରତିଦିନ ୧୩୦ରୁ୧୫୦ ଜଣଙ୍କୁ ଖାଦ୍ୟ ଦିଆଯାଉଛି। ଅନୁଷ୍ଠାନର ସମ୍ପାଦକ ଡଃ ସଞ୍ଜୀବ କୁମାର ମିଶ୍ର, ସତୀଶ ରଞ୍ଜନ ଜାଲ, ଜୟନ୍ତ ନନ୍ଦ, ଡଃ ଉଦୟନ ନାୟକ, ଆଲୋକ ସୁନା, ସଞ୍ଜୟ ବୁଲୁ ନାୟକ, ଆଲୋକ ସୁନା ବାପ ପାଣିଗ୍ରାହୀ ତଥା ଅନ୍ୟାନ୍ୟ ସଭ୍ୟ କାର୍ଯ୍ୟକ୍ରମକୁ ତଦାରଖ ଏବଂ ପରିଚାଳନା କରୁଛନ୍ତି। ଅନେକ ସଦୟ ବ୍ୟକ୍ତି ସ୍ୱତଃ ପ୍ରବୃତ ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠାନର ସଭ୍ୟ ମାନଙ୍କୁ ସହଯୋଗ କରୁଛନ୍ତି।

Comments are closed.