ମଧୁସୂଦନ ନଗରରେ କରୋନା ଯୋଦ୍ଧା ସମ୍ମାନିତ

ଭୁବନେଶ୍ବର : ମଧୁସୂଦନ ନଗରରେ କରୋନା ସଫେଇ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି। ମଧୁସୂଦନ ନଗର, ଭୌମନଗର, ୟୁନିଟ-୪, ଏଜି କଲୋନୀ ଆଦି ଅଞ୍ଚଲରେ କାର୍ଯ୍ୟରତ ସଫେଇ କର୍ମଚାରୀ ଲକଡାଉନ ସମୟରେ ସେବା କାର୍ଯ୍ୟ ଜାରି ରଖିଥିବାରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କର୍ମକର୍ତାମାନେ ସହଯୋଗର ହାତ ବଢ଼ାଇଛନ୍ତି। ସୁଶାନ୍ତ ନାୟକ ଓ ତାଙ୍କ ପରିବାର ସଫେଇ କର୍ମଚାରୀଙ୍କୁ ପ୍ରତିଦିନ ଚା, ବିସ୍କୁଟ ପ୍ରଦାନ କରୁଥିବା ବେଳେ ୩୨ ଜଣଙ୍କୁ ଉତ୍ତରୀୟ ଓ ଶୁଖିଲା ଖାଦ୍ୟ ପ୍ୟାକେଟ ଦେଇ ସମ୍ମାନୀତ କରାଯାଇଛି। ଏହି ସେବା ମନୋବୃତି ସେ ଆରଏସଏସରୁ ପାଇଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।

 

Comments
Loading...