ବଡ଼ଦିନ ବଜାରର କରୋନା ସ୍ଥିତି

ବ୍ରିଟେନ୍‌ର ପ୍ରମୁଖ ସହରରେ ବଡ଼ଦିନ ବଜାରରେ ଭିଡ଼ ଓ ବିକ୍ରି ସମାନ୍ତରାଳ ଭାବେ ଗତି କରିଥାଏ। ଏଡିନ୍‌ବର୍ଗ, ମାଞ୍ଚେଷ୍ଟର, ୱିନ୍‌ଚେଷ୍ଟର୍, ଅକ୍ସଫୋର୍ଡ, ବ୍ରିଷ୍ଟୋଲ୍‌ ଆଦି ପ୍ରାନ୍ତରେ ବଡ଼ଦିନ ପୂର୍ବରୁ ଲକ୍ଷାଧିକ ଟଙ୍କାର ବ୍ୟବସାୟ ହେଉଥିବାର ସ୍ଥାନୀୟ ବ୍ୟବସାୟୀଙ୍କ ମତ। ହେଲେ ଚଳିତ ବର୍ଷ କରୋନା ଭୟରେ ଲୋକଙ୍କ ଭିଡ଼ ହେବନି। ମାଞ୍ଚେଷ୍ଟରରେ ବଡ଼ଦିନ ବଜାର ନଭେମ୍ବର ୧୬ରୁ ଆରମ୍ଭ ହୋଇ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲେ। ପିଲାଠାରୁ ବୟସ୍କ ସମସ୍ତେ ଏଇ ସମୟରେ ଖୁବ୍ ମଉଜ କରିଥାନ୍ତି।
-ବଡ଼ଦିନର ୨ମାସ ପୂର୍ବରୁ ସେଠାକାର ରେସ୍ତୋରାଁଗୁଡ଼ିକ ପ୍ରସ୍ତୁତି ପାଇଁ ସଜବାଜ କରୁଥିବାର ଦେଖାଯାଏ। ହେଲେ ଚଳିତଥରର ସାମାଜିକ ଦୂରତାକୁ ଲକ୍ଷ୍ୟ କରି ଗ୍ରାହକଙ୍କ ଭିଡ଼ ଆଦୌ ହେବନାହିଁ ବୋଲି ସେମାନେ ପୂର୍ବାନୁମାନ କରିସାରିଛନ୍ତି।
-ଲଣ୍ଡନରେ ବଡ଼ଦିନ ସମୟରେ ଉତ୍ସବ ସକାଳ ୧୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିଥାଏ। ଏହି ବର୍ଷ ସେସବୁ କିଛି ଆୟୋଜିତ ହେବନାହିଁ। ପ୍ରଶାସନ ଯଥେଷ୍ଟ ପୂର୍ବରୁ ଏ ବାବଦରେ ସୂଚନା ଜାରି କରିସାରିଛି।
-ବ୍ରିଟେନ୍‌ରେ ଏବେ ମଲ୍‌ ଖୋଲିସାରିଥିବାବେଳେ ଲୋକଙ୍କୁ ସତର୍କତାର ସହିତ ଯିବାକୁ ପରାମର୍ଶ ଦିଆଯାଇଛି। ହେଲେ ଭୟଭୀତ ଲୋକେ ମଲ୍ କିମ୍ବା ଦୋକାନକୁ ଯିବାରେ ଆଦୌ ଆଗ୍ରହୀ ନୁହେଁ।
-ବଡ଼ଦିନ ଓ ନୂଆବର୍ଷ ଅବସରରେ ଇଉରୋପରେ କଡ଼ା କଟକଣା କରାଯିବା ସହ ଭିଡ଼ ହେଲେ ବ୍ୟକ୍ତିଙ୍କୁ ମୋଟା ଅଙ୍କର ଜୋରିମାନାର ଭୟରେ ଲୋକେ ବରଂ ଘରେ ରହିବାକୁ ଉଚିତ୍ ମଣୁଥିବାର ଅଧିକାଂଶ କହିଛନ୍ତି। 

Comments are closed.