ରାଜ୍ୟରେ ଆଉ ୬୪ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୫୯୬୬

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦୈନିକ କିଛି ଦିନ ହେବ ୬୦ ଅତିକ୍ରମ କରୁଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫୯୬୬ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରୁ ଭଦ୍ରକ,କଟକ ଓ ଖୋର୍ଦ୍ଧାରୁ ୮ ଜଣ ଲେଖାଏଁ, ସୁନ୍ଦରଗଡ ଓ ପୁରୀରୁ ୭ ଲେଖଶଏଁ, କେନ୍ଦ୍ରାପଡାରୁ ୪, ଢେଙ୍କାନାଳ ଓ ନୟାଗଡରୁ ୩ ଲେଖାଏଁ, ଅନୁଗୁଳ,ବାଲେଶ୍ୱର, ବରଗଡ,ଝାରସୁଗୁଡା ଓ ମୟୁରଭଞ୍ଜରୁ ୨ ଲେଖାଏଁ, ଗଞ୍ଜାମ, ଜଗତସିଂହପୁର, ଯାଜପୁର,କନ୍ଧମାଳ, କୋରାପୁଟ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି।

 

Comments are closed.