କରୋନା ମୃତ୍ୟୁ ସଂଖ୍ୟା ଟପିଲା ୩ହଜାର ; ଆଉ ୪୧ ମୃତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ବୃଦ୍ଧି ପାଉଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୧ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଉଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
୨୧ଜିଲାରୁ ୪୧ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ୬। ସୁନ୍ଦରଗଡରୁ ୪,ପୁରୀ ଓ ଗଞ୍ଜାମରୁ ୩ ଲେଖାଏଁ, ବରଗଡ, ଗଜପତି, ଜଗତସିଂହପୁର,ଯାଜପୁର,ଝାରସୁଗୁଡା,ମୟୁରଭଞ୍ଜ,ସମ୍ବଲପୁର ଓ ସୁବର୍ଣ୍ଣପୁରରୁ୨ ଲେଖାଏଁ,ଅନୁଗୁଳ,ବାଲେଶ୍ୱର,ଭଦ୍ରକ,ଦେବଗଡ, ଢେଙ୍କାନାଳ,କଳାହାଣ୍ଡି,କେନ୍ଦ୍ରାପଡା,କେନ୍ଦୁଝର ଓ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Comments are closed.